ଆଜି ରାଜ୍ଯସଭାରେ ତିନି ତଲାକ ବିଲ ଉପରେ ଆଲୋଚନା ହେବ

ସରକାର  ତିନି ତଲାକ ବିଲକୁ ଆଲୋଚନା କରି ପାସ କରିବା ପାଇଁ ଆଜି ରାଜ୍ଯସଭାରେ ଆଗତ କରିବେ |

ଲୋକସଭାରେ ପାସ ହୋଇସାରିଥିବା ଏହି ବିଲର ସମସ୍ତ ତିନୋଟି ସଂଶୋଧନ ସହ ସରକାର ରାଜ୍ଯସଭାରେ ଏହାକୁ ଉପସ୍ଥାପନ କରିବେ |

ତିନି ତଲାକ ବିଲରେ କେତୋଟି ସଂଶୋଧନକୁ କେନ୍ଦ୍ର କ୍ଯାବିନେଟ ଗତକାଲି ଅନୁମୋଦନ କରିଛନ୍ତି | ଏହି ସଂଶୋଧନରେ ଅଭିଯୁକ୍ତଙ୍କ ବିଚାର ପୂର୍ବରୁ ତାଙ୍କୁ ଯାମିନ ମିଳିବାର ବ୍ଯବସ୍ଥା ମଧ୍ଯ ଅନ୍ତର୍ଭୁକ୍ତ ଅଛି |

କ୍ଯାବିନେଟ ବୈଠକ ପରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ମୁସଲମାନ ମହିଳାମାନଙ୍କ ବିବାହ ଅଧିକାର ସୁରକ୍ଷା ବିଲ ଉପରେ ତିନୋଟି ସଂଶୋଧନକୁ କ୍ଯାବିନେଟ ମଞ୍ଜୁର କରିଛି  |

ଆଜି ହେଉଛି ପାର୍ଲାମେଣ୍ଟର ବର୍ଷାକାଳିନ ଅଧିବେଶନର ଶେଷ ଦିନ |