ଇଣ୍ଡୋନେସିଆରେ ଏକ ବଡଧରଣର ଭୂମିକମ୍ପ ପରେ ପୁଣି ଏକ ଭୂମିକମ୍ପ

ଇଣ୍ଡୋନେସିଆରେ ଏକ ବଡଧରଣର ଭୂମିକମ୍ପ ହେବାପରେ ଗୁରୁବାରଦିନ ଲୋମ୍ବକ ସହରରେ  ପୁଣି ଏକ ଭୂମିକମ୍ପ ଯୋଗୁଁ ବଞ୍ଚିଯାଇଥିବା ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି | ଚାରି ଦିନ ପୂର୍ବେ ଇଣ୍ଡୋନେସିଆରେ ହୋଇଥିବା ଏକ ବଡଧରଣର ଭୂମିକମ୍ପରେ 164 ରୁ ଉର୍ଦ୍ଧ ଲୋକଙ୍କର ପ୍ରାଣହାନୀ ଘଟିଥିବାବେଳେ 1400 ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ |

ଗତକାଲି ଅନୁଭୂତ ଭୂମିକମ୍ପର ତୀବ୍ରତା 5.9 ଥିବା ବିଷୟ ଆମେରିକୀୟ ଭୂତତ୍ତ୍ଵ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି |