କେରଳ : ପ୍ରବଳ ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା 22 କୁ ବୃଦ୍ଧି

କେରଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା 22 କୁ ବୃଦ୍ଧି ପାଇଛି | ପ୍ରବଳ ବର୍ଷା  ଯୋଗୁଁ ସମଗ୍ର ରାଜ୍ୟରେ କ୍ଷୟକ୍ଷତି ଘଟିଛି | ରାଜ୍ୟର ଉତ୍ତରାଞ୍ଚଳରେ ଥିବା ଜିଲ୍ଲା ଗୁଡିକରେ ବ୍ୟାପକ କ୍ଷୟକ୍ଷତି ଘଟିଛି | ବିଭିନ୍ନ ନଦୀବନ୍ଧ ଗୁଡିକରେ ଜଳ ସ୍ତର ବୃଦ୍ଧି ପାଇଥିବାବେଳେ ଅତ୍ୟଧିକ ପାଣିକୁ ଛାଡିବା ପାଇଁ ରାଜ୍ୟରେ 22ଟି ଜଳଭଣ୍ଡାରକୁ ଖୋଲିଦିଅଯାଇଛି |

ଜାତୀୟ ଦୁର୍ବିପାକ ତ୍ୱରିତ ବାହିନୀ – NDRF ର ଦୁଇଟି ଟିମ ଏବଂ ସେନାବାହିନୀକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି | NDRF ର ଆଉ ଦୁଇଟି ଟିମ ଏବଂ ସାମରିକ ଇଞ୍ଜିନିଅରିଙ୍ଗ ଗୃପ ର ଦୁଇଟି ଟିମ ମଧ୍ୟ ବାଙ୍ଗାଲୋରରୁ କୋହିକୋଡ଼ ଜିଲ୍ଲା ପହଞ୍ଚିଛନ୍ତି |

ଇଡୁକିରେ ଏକ ବଡ ଧରଣର ଭୂସ୍ଖଳନରେ 11 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ, ମାଲ୍ଲାପୁରମ ଜିଲ୍ଲାରେ 5 ଜଣ, କନ୍ନୁରରେ 2 ଜଣ, ୱେନାଡ଼ରେ 3 ଜଣ ଏବଂ କୋହିକୋଡ଼ ଜିଲ୍ଲାରେ ଜଣଙ୍କର ପ୍ରାଣହାନୀ ଘଟିଥିବା ବିଷୟ ଦୁର୍ବିପାକ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡିଛି |