ଗ୍ରୀକରେ ଜଙ୍ଗଲ ଅଗ୍ନିକାଣ୍ତରେ ମୃତ୍ଯୁ ସଂଖ୍ଯା 93କୁ ବୃଦ୍ଧି, ମୃତକମାନଙ୍କ ତାଲିକା ପ୍ରକାଶ

ଗ୍ରୀକରେ ଜୁଲାଇ 23 ତାରିଖରେ ସମୁଦ୍ର ଉପକୂଳ ମାତି ଜଙ୍ଗଲରେ ହୋଇଥିବା  ଅଗ୍ନିକାଣ୍ତରେ ମୃତ୍ଯୁ ସଂଖ୍ଯା 93କୁ ବୃଦ୍ଧି ପାଇଛି ଏବଂ ପ୍ରଶାସନ ମୃତକମାନଙ୍କ ତାଲିକା ପ୍ରକାଶ କରିଛନ୍ତି |

ଏହି ଘଟଣାରେ ଅନ୍ଯ 34 ଜଣ ଲୋକ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ଯରୁ 6 ଜଣ ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି |

ପ୍ରକାଶିତ ତାଲିକାରୁ ଜଣା ପଡିଛି ଯେ ମୃତ ଲୋକମାନଙ୍କ ମଧ୍ଯରେ ଅର୍ଧାଧିକ ଲୋକଙ୍କ ବୟସ 60 ବର୍ଷରୁ ଅଧିକଅଗ୍ନୀକାଣ୍ତରେ 11ଜଣ ଶିଶୁ ମଧ୍ଯ ପ୍ରାଣ ହରାଇଥିବା କୁହାଯାଇଛି |