ଜାତୀୟ କ୍ରୀଡା ବିଶ୍ବବିଦ୍ଯାଳୟ ବିଲ ପାର୍ଲାମେଣ୍ଟରେ ପାସ

ଜାତୀୟ କ୍ରୀଡା ବିଶ୍ବବିଦ୍ଯାଳୟ ବିଲ 2018 ଗୁରୁବାର ଦିନ ରାଜ୍ଯସଭାରେ ଗୃହିତ ହେବା ସହିତ ଏବେ ଏହା ପାର୍ଲାମେଣ୍ଟରେ ପାସ ହୋଇଛି |

ଏହି ବିଲ ଲୋକସଭାରେ ଗତ ସପ୍ତାହରେ ପାସ ହୋଇଥିଲା | କ୍ରୀଡାକୁ ଅଧିକ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ଯରେ ଦେଶରେ ପ୍ରଥମଥର ପାଇଁ ଜାତୀୟ କ୍ରୀଡା ବିଶ୍ବବିଦ୍ଯାଳୟ ମଣିପୁରରେ ସ୍ଥାପନ ହେବ |

ବିଲ ଉପରେ ଆଲୋଚନାର ଉତ୍ତର ଦେଇ କ୍ରୀଡା ମନ୍ତ୍ରୀ ରାଜ୍ଯବର୍ଧନ ସିଂ ରାଠୋଡ କହିଛନ୍ତି ଯେ ବୁଶ୍ବବିଦ୍ଯାଳୟର କୁଳପତି ଭାବରେ କ୍ରୀଡା କ୍ଷେତ୍ରରେ ଦକ୍ଷତା ଥିବା ବ୍ଯକ୍ତିଙ୍କୁ ନିଆଯିବ ଏବଂ ଶିକ୍ଷିକ ପରିଷଦ ଏବଂ କାର୍ଯ୍ଯକଳାପ ପାଇଁ ମଧ୍ଯ କ୍ରୀଡା କ୍ଷେତ୍ରର ବ୍ଯକ୍ତି ହିଁ ସଦସ୍ଯ ରହିବେ ବୋଲି ମନ୍ତ୍ରୀ କହିଛନ୍ତି |

ଦେଶର କ୍ରୀଡା ପ୍ରତିଭାବାନ ମାନଙ୍କ ସମସ୍ତ ପ୍ରକାର ଆବଶ୍ଯକତା ଏବଂ ସେମାନଙ୍କ ଭତ୍ତା, ଖାଦ୍ଯ ଆଦି ସବୁ କ୍ଷେତ୍ରରେ ଥିବା ଆବଶ୍ଯକତାକୁ ସରକାର ବୃଦ୍ଧି କରିବାକୁ ଗୁରୁତ୍ବ ଦେଉଛନ୍ତି |