ଜାପାନରେ ଘୂର୍ଣ୍ଣଝଡ ଯୋଗୁଁ ବିମାନ ଚଳାଚଳ ବାତିଲ

ଜାପାନର ଉତ୍ତର ପୂର୍ବାଞ୍ଚଳ ଉପକୂଳ ଅଞ୍ଚଳରେ ଗୁରୁବାର ଦିନ ଘୂର୍ଣ୍ଣଝଡ ପ୍ରଭାବରେ ପ୍ରବଳ ବର୍ଷା ଏବଂ ତୋଫାନ ଯୋଗୁଁ ଟୋକିଓକୁ ଯାଉଥିବା ଏବଂ ଆସୁଥିବା ବିମାନ ଚଳାଚଳକୁ ବାତିଲ କରାଯାଇଛି | ଘୂର୍ଣ୍ଣଝଡ ଯୋଗୁଁ କୌଣସି ବଡ ଧରଣର କ୍ଷୟକ୍ଷତି ହୋଇନଥିବା କୁହାଯାଉଛି | ଜାପାନ ଗଣ ମାଧ୍ଯମ କହିଛି ଯେ ଏହି ଘୂର୍ଣ୍ଣଝଡରେ 5 ଜଣ ଲୋକ ଆହତ ହୋଇଛନ୍ତି |