ଜାମ୍ମୁ କାଶ୍ମୀରର ପୁଞ୍ଚରେ ଏକ ସନ୍ତ୍ରାସବାଦି ଆଡ୍ଡାକୁ ଧ୍ବଂସ କଲା ନିରାପତ୍ତା ବାହିନୀ

ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ସନ୍ତ୍ରାସବାଦି ଆଡ୍ଡାକୁ ନିରାପତ୍ତା ବାହିନୀ ଯବାନମାନେ ଧ୍ବଂସ କରିବା ସହ ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ଜବତ କରିଛନ୍ତି |

ଗତକାଲି ଏକ ଗୁପ୍ତ ସୂଚନା ପାଇ ସେନାବାହିନୀ ଏବଂ ପୋଲିସର ଏକ ମିଳିତ ଟିମ ଛପରିଆନ ଅଞ୍ଚଳର କାଠ ପଂଜାଲ ନାଲା ଠାରେ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲେ |

ସେଠାରୁ ଗୋଟିଏ AK-56 ରାଇଫଲ, ଚାରୋଟି ଖାଲି AK-47 ମ୍ୟାଗଜିନ, 14ଟି ଗ୍ରେନେଡ଼ ଇତ୍ୟାଦି ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି |