ପାର୍ଲାମେଣ୍ଟରେ ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି ସଂକ୍ରାନ୍ତୀୟ ସଂଶୋଧନ ବିଲ ପାସ   

ପାର୍ଲାମେଣ୍ଟରେ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ସଂକ୍ରାନ୍ତୀୟ ସଂଶୋଧନ ବିଲ, 2018 ପାସ ହୋଇଛି | ଏହି ବିଲଟି ଲୋକସଭାରେ ପୂର୍ବରୁ ପାସ ହୋଇଥିବାବେଳେ ଗତକାଲି ରାଜ୍ୟସଭାରେ ଏହା ମୌଖିକ ଭୋଟରେ ପାସ ହୋଇଛି |

ଦଳିତ ମାନଙ୍କ ପ୍ରତି ଅତ୍ୟାଚାର କରୁଥିବା ଲୋକଙ୍କୁ ଗିରଫ କରିବା ପୂର୍ବରୁ ଅନୁମତି ଲୋଡ଼ିବା ବ୍ୟବସ୍ଥାକୁ ଏହି ସଂଶୋଧନ ଦ୍ଵାରା ଉଛେଦ କରାଯାଇଛି |

ଏହି ବିଲ ଉପରେ ବିତର୍କର ଉତ୍ତର ଦେଇ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ଥାୱର ଚନ୍ଦ ଗେହେଲତ କହିଛନ୍ତି ଦଳିତ ମାନଙ୍କ କଲ୍ୟାଣ ଓ ସ୍ଵାର୍ଥର ସୁରକ୍ଷା କରିବାକୁ ସରକାର ପ୍ରତିଶୃତିବଦ୍ଧ |

ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କ ପ୍ରତି ଅତ୍ୟାଚାର ସଂକ୍ରାନ୍ତୀୟ ମାମଲାଗୁଡ଼ିକର ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ସ୍ଥାପନ କରିବା ବ୍ୟବସ୍ଥା ଏହି ବିଲରେ ଥିବା ବିଷୟ ମନ୍ତ୍ରୀ କହିଛନ୍ତି |