ପ୍ରଧାନମନ୍ତ୍ରୀ ବିଶ୍ବ ଜୈବ ଇନ୍ଧନ ଦିବସ 2018 କାର୍ଯ୍ୟକ୍ରମରେ ଯୋଗଦେବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ଦିଲ୍ଲୀରେ ବିଶ୍ବ ଜୈବ ଇନ୍ଧନ ଦିବସ 2018 କାର୍ଯ୍ୟକ୍ରମରେ କୃଷକ, ବୈଜ୍ଞାନିକ, ଉଦ୍ଯୋଗପତି, ବିଦ୍ଯାର୍ଥୀ, ସରକାରୀ କର୍ମଚାରୀ ଏବଂ ଆଇନ ପ୍ରଣେତାମାନଙ୍କୁ ସଂବୋଧିତ କରିବେ |

ଜୈବଇନ୍ଧନ ଦ୍ବାରା ଅଶୌଧିତ ତୈଳ ଉପରୁ ନିର୍ଭରଶୀଳତା ହ୍ରାସ ପାଇବ | ଏହା ପ୍ରଦୂଷଣ ରହିତ ପରିବେଶ, କୃଷକମାନଙ୍କ ଆୟ ବୃଦ୍ଧି ଏବଂ ଗ୍ରାମାଞ୍ଚଳରେ କର୍ମସଂସ୍ଥାନ ବୃଦ୍ଧି ପାଇଁ ମଧ୍ଯ ସହାୟକ ହେବ |

ବିଶ୍ବ ଜୈବ ଇନ୍ଧନ ଦିବସ ପ୍ରତିବର୍ଷ ଅଗଷ୍ଟ 10 ତାରିଖରେ ପାଳନ କରାଯାଇଥାଏ | ପାରମ୍ପରିକ ଇନ୍ଧନର ବିକଳ୍ପ ର ଭାବରେ ଅଣ ପାରମ୍ପରିକ ଇନ୍ଧନ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇ ଥାଏ |