ପ୍ରବାସୀ ଭାରତୀୟ ସ୍ଵାମୀ ମାନଙ୍କ ଦ୍ଵାରା ପରିତ୍ୟାଗ ହୋଇଥିବା ଭାରତୀୟ ମହିଳାଙ୍କ ପାଇଁ ସହାୟତା ରାଶି 4000 ଆମେରିକୀୟ ଡଲାରକୁ ବୃଦ୍ଧି : ବୈଦେଶିକ ମନ୍ତ୍ରଣାଳୟ

ବୈଦେଶିକ ମନ୍ତ୍ରଣାଳୟ 13ଟି ରାଷ୍ଟ୍ରରେ ପ୍ରବାସୀ ଭାରତୀୟ ସ୍ଵାମୀ ମାନଙ୍କ ଦ୍ଵାରା ପରିତ୍ୟାଗ ହୋଇଥିବା ଭାରତୀୟ ମହିଳାଙ୍କ ପାଇଁ ଆଇନ ଓ ଆର୍ଥିକ ସହାୟତା ରାଶି 4000 ଆମେରିକୀୟ ଡଲାରକୁ ବୃଦ୍ଧି କରିଛି |

ଗୁରୁବାରଦିନ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି. କେ. ସିଂ ରାଜ୍ୟ ସଭାରେ ଏହି ବିଷୟରେ କହିଛନ୍ତି | NRI ସ୍ଵାମୀ ମାନଙ୍କୁ ବିବାହ କରିଥିବା ପ୍ରତାଡ଼ିତ ମହିଳାମାନଙ୍କ ଆର୍ଥିକ ଓ ଆଇନଗତ ସହାୟତା ରାଶି ବୃଦ୍ଧି କରିବାପାଇଁ ଭାରତୀୟ ସଂପ୍ରଦାୟ କଲ୍ୟାଣ ପାଣ୍ଠି-ICWF କୁ 2017 ସେପ୍ଟେମ୍ବର ମାସରେ ସଂଶୋଧନ କରାଯାଇଥିବା ବିଷୟ ମଧ୍ୟ ମନ୍ତ୍ରୀ ଜଣାଇଛନ୍ତି |

ପୂର୍ବରୁ ଏହି ସହାୟତା ରାଶି ବିକଶିତ ରାଷ୍ଟ୍ର ଗୁଡିକରେ 3000 ଆମେରିକୀୟ ଡଲାର ଥିବାବେଳେ ବିକାଶଶୀଳ ରାଷ୍ଟ୍ର ଗୁଡିକରେ 2000 ଆମେରିକୀୟ ଡଲାର ଥିଲା |