ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ କ୍ରିକେଟ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବନ୍ଦ

ଇଂଲଣ୍ଡର ଲର୍ଡସ ଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ କ୍ରିକେଟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ବର୍ଷା ଯୋଗୁଁ ଖେଳାଯାଇପାରିନାହିଁ | ଆଜି ଦ୍ଵିତୀୟ ଦିନର ଖେଳ ଆରମ୍ଭ ହେବାର ଆଶା କରାଯାଉଛି | ପ୍ରଥମ ଦିନରେ ଖରାପ ପାଗ ଯୋଗୁଁ ଟସ ମଧ୍ୟ ପଡ଼ିନାହିଁ |

ପାଞ୍ଚୋଟି ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ  ସିରିଜରେ ବର୍ମିଙ୍ଗହମ ଠାରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡ ଠାରୁ 31 ରନରେ ହାରିଯାଇଛି |

ଭାରତ ଏହି ଟେଷ୍ଟ ମ୍ୟାଚ ଜିତି ସିରିଜକୁ 1-1 ସ୍ତରକୁ ଆଣିବାର ଉଦ୍ୟମ ଜାରି ରଖିବା ଆଶା କରାଯାଉଛି |