ଭିଏତନାମ ଓପନ : ଅଜୟ ଜୟରାମ, ଋତୁପର୍ଣ୍ଣ ଦାସ, ମିଥୁନ ମଂଜୁନାଥ କ୍ୱାର୍ଟର ଫାଇନାଲରେ

ଭିଏତନାମ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଅଜୟ ଜୟରାମ, ଋତୁପର୍ଣ୍ଣ ଦାସ ଏବଂ ମିଥୁନ ମଂଜୁନାଥ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି |

ହୋ ଚି ମିନ ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଗୁରୁବାରଦିନ ଜୟରାମ ବ୍ରାଜିଲର ୟୋଗୋର କୋହେଲୋଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି |

ଅନ୍ୟପକ୍ଷରେ ଋତୁପର୍ଣ୍ଣ ଦାସ ଚୀନ ତାଇପେର ସୁଙ୍ଗ ସୁ ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି |