ରାଜ୍ୟ ଗୁଡିକୁ ରିହାତି ଦରରେ ଡାଲି ଜାତୀୟ ସାମଗ୍ରୀ ଯୋଗାଇଦେବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ରିହାତି ଦରରେ ଡାଲି ଜାତୀୟ ସାମଗ୍ରୀ ଯୋଗାଇଦେବା ପ୍ରସ୍ତାବକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟୀ ଅନୁମୋଦନ କରିଛି | ମୂଲ୍ୟ ସହାୟକ ଯୋଜନା ଅଧୀନରେ ସଂଗ୍ରହ କରାଯାଇଥିବା ଡାଲି ଜାତୀୟ ସାମଗ୍ରୀ ମହଜୁଦରୁ, ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବ୍ୟବହାର କରିବାଲାଗି ଏହି ନିଷ୍ପତି ନିଆଯାଇଛି |

ନୂଆଦିଲ୍ଲୀରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତାବେଳେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏହି ଯୋଜନା ଅଧୀନରେ ରାଜ୍ୟ ଗୁଡିକୁ 34 ଲକ୍ଷ 88 ହଜାର ମେଟ୍ରିକ ଟନ ଡାଲି ଉଠାଇବାକୁ କୁହାଯାଇଛି |

ଏହି ନିଷ୍ପତି ଦ୍ୱାରା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ଓ ମଧ୍ୟାହ୍ନ ଭୋଜନ ଯୋଜନା ଭଳି ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଡାଲି ଜାତୀୟ ସାମଗ୍ରୀ ବ୍ୟବହାର କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି |