ଲୋକସଭାରେ CGST, IGST, GST କ୍ଷତିପୂରଣ ବିଲର ସଂଶୋଧନକୁ ପାସ କରିଛି

ଲୋକସଭାରେ କେନ୍ଦ୍ରୀୟ ସାମଗ୍ରୀ ଏବଂ ସେବା କର (ସଂଶୋଧନ) ବିଲ, ସମନ୍ବିତ ସାମଗ୍ରୀ ଏବଂ ସେବା କର (ସଂଶୋଧନ) ବିଲ, କେନ୍ଦ୍ର ଶାସିତ ଅଞ୍ଚଳ ସାମଗ୍ରୀ ଏବଂ ସେବା କର (ସଂଶୋଧନ) ବିଲ ଏବଂ ସାମଗ୍ରୀ ଏବଂ ସେବା କର (ରାଜ୍ଯମାନଙ୍କୁ କ୍ଷତିପୂରଣ) ବିଲ ପାସ ହୋଇଛି |

ଜମା ଫର୍ମକୁ ଅଧିକ ସରଳ କରିବା ପାଇଁ ସାମଗ୍ରୀ ଏବଂ ସେବା କର ଆଇନକୁ ସଂଶୋଧନ କରିବା ପାଇଁ ଏହି ବିଲ ଅଣାଯାଇଥିଲା |

ବିଲ ଉପରେ ଆଲୋଚନାର ଉତ୍ତର ଦେଇ ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ସରକାର ଜିଏସଟି ମାଧ୍ଯମରେ ଦେଶର 125 କୋଟି ଲୋକଙ୍କୁ କ୍ଷମତାଶାଳି କରୁଛନ୍ତି |