ଷ୍ଟକ ବଜାର ସୁଚକାଙ୍କ  38,000 ପଏଣ୍ଟ ଅତିକ୍ରମ କରିଛି

ବମ୍ବେ ଷ୍ଟକ ବଜାର ସୁଚକାଙ୍କ ଗୁରୁବାରଦିନ 38,000 ପଏଣ୍ଟ ଅତିକ୍ରମ କରିଥିବା ବେଳେ ଜାତୀୟ ଷ୍ଟକ ବଜାରରେ ନିଫ୍ଟି ସୁଚକାଙ୍କ ପାଖାପାଖି 11,500 ପଏଣ୍ଟରେ ପହଞ୍ଚିଛି |

ଗୁରୁବାରଦିନର କାରବାର ଶେଷ ହେବାବେଳକୁ ବମ୍ବେ ଷ୍ଟକ ବଜାର ସୁଚକାଙ୍କ 137 ପଏଣ୍ଟ ଉପରକୁ ଉଠି 38 ହଜାର 24 ପଏଣ୍ଟରେ ଥିବାବେଳେ ନିଫ୍ଟି ସୁଚକାଙ୍କ 21 ପଏଣ୍ଟ ବୃଦ୍ଧିପାଇ 11,471 ପଏଣ୍ଟରେ ପହଞ୍ଚିଛି |