ସ୍ବାଧୀନତା ସଂଗ୍ରାମୀମାନଙ୍କୁ ରାଷ୍ଟ୍ରପତି ନୈଶ୍ଯଭୋଜିରେ ଆପ୍ଯାୟିତ କଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଗତ କାଲି ସଂଧ୍ଯାରେ ରାଷ୍ଟ୍ରପତି ଭବନରେ  ନୈଶ୍ଯଭୋଜିରେ ଆପ୍ଯାୟିତ କରିଛନ୍ତି | ଭାରତ ଛାଡ ଆନ୍ଦୋଳନର 76ତମ ବାର୍ଷିକୀ ଉପଲକ୍ଷେ ଏହି କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା | ଏହି ଅବସରରେ ରାଷ୍ଟ୍ରପତି ସମଗ୍ର ଦେଶରୁ ଆସିଥିବା 89 ଜଣ ସ୍ବାଧିନତା ସଂଗ୍ରାମୀମାନଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ କରିଥିଲେ |

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ମଧ୍ଯ ଉପସ୍ଥିତ ଥିଲେ |