ଗଣତାନ୍ତ୍ରିକ ନିୟମ ଭଙ୍ଗ ମାମଲାରେ ହଙ୍ଗେରୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଇଉରୋପୀୟ ସଂଘ ପାର୍ଲିଆମେଣ୍ଟ ରେ ଭୋଟ ଦାନ

ଗଣତାନ୍ତ୍ରିକ ନିୟମାବଳୀ  ଅମାନ୍ଯ କରିଥିବା  ମାମଲାରେ ହଙ୍ଗେରୀ  ସରକାର ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରତି  ଦୃଢ ସମର୍ଥନ  ଜଣାଇ  ଇଉରୋପୀୟ ସଂଘ ସାଂସଦ ମାନେ ଭୋଟ ଦେଇଛନ୍ତି |

ଇଉରୋପୀୟ ସଂଘ ପାର୍ଲିଆମେଣ୍ଟର ଦୁଇ ତୃତୀୟାଂଶରୁ  ଅଧିକ ଜଣ  ସଦସ୍ୟ   ଏହି  ନିନ୍ଦା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି | ଇଇଉ ନିୟମାବଳୀ ଅନ୍ତର୍ଗତ କୌଣସି ସଦସ୍ୟ ରାଷ୍ଟ୍ର ବିରୁଦ୍ଧରେ ଭୋଟ କରିବାର ଏହା ହେଉଛି  ପ୍ରଥମ ଘଟଣା |ପାର୍ଲିଆମେଣ୍ଟର ଏହି ଅଭୂତପୂର୍ବ ଭୋଟ ଯୋଗୁଁ  ହଙ୍ଗେରୀ, ଇଉରୋପୀୟ ସଙ୍ଘରେ ଭୋଟ ଦାନ ଅଧିକାରରୁ ବଞ୍ଚିତ ହୋଇଯାଇପାରେ |

ଆଇନ କାନୁନ ପ୍ରତି ସବୁ ପ୍ରକରାର ଆକ୍ରମଣକୁ  କଡା ବିରୋଧ କରାଯିବ ବୋଲି ଇଉରୋପୀୟ ସଂଘ କମିଶନ ଅଧ୍ୟକ୍ଷ କହିଛନ୍ତି |

2010 ମସିହାରେ  ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକଟୋର ଅରବାନ କ୍ଷମତାକୁ ଆସିବା ପରେ ଅଦାଲତ, ଗଣମାଧ୍ୟମ  ଓ ଅଣସରକାରୀ ଗୋଷ୍ଠୀ ଗୁଡିକ ଉପରେ ଚାପ ପକାଇଆସୁଥିବା ବେଳେ ୟୁରୋପକୁ ଆସୁଥିବା ରାଜନୈତିକ ଶରଣାର୍ଥୀ ମାନଙ୍କୁ  ଆଶ୍ରୟ ଦେବା ଲାଗି ମଧ୍ୟ ମନ କରିଦେଉଛନ୍ତି |