ଜଷ୍ଟିସ ରଞ୍ଜନ ଗୋଗଇ ଭାରତର ପ୍ରଧାନ ବିଚାରପତି ହେବେ

ଜଷ୍ଟିସ ରଞ୍ଜନ ଗୋଗଇ ଭାରତର  ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ |  ଜଷ୍ଟିସ ଗୋଗଇଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରଣାଳୟ ତରଫରୁ ଗୁରୁବାରଦିନ ବିଜ୍ଞପ୍ତି  ପ୍ରକାଶ ପାଇଛି |

ପ୍ରଧାନ ବିଚାରପତି ଦୀପକ ମିଶ୍ର  ଆସନ୍ତା ମାସ 2 ତାରିଖରେ   ଅବସର ନେବା ପରେ ଜଷ୍ଟିସ ଗୋଗଇ  3 ତାରିଖ ଦିନ ପ୍ରଧାନ ବିଚାରପତି ରୂପେ ଦାୟିତ୍ଵ ଗ୍ରହଣ କରିବେ | ସେ ହେଉଛନ୍ତି ସୁପ୍ରିମକୋର୍ଟର ସର୍ବବରିଷ୍ଠ ବିଚାରପତି | ସେ ପାଖାପାଖି 13 ମାସ ଲାଗି ଏହି ପଦବୀରେ ଅବସ୍ଥାପିତ ହେବେ |

ଜଷ୍ଟିସ ଗୋଗଇ 1978 ମସିହାରେ ନିଜର ଓକିଲାତି ବୃତ୍ତି ଆରମ୍ଭ କରିଥିଲେ |2001ରେ ସେ ଗୁଆହାଟି ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ |

2010 ରେ ପଞ୍ଜାବ ଓ ହରିୟାଣା  ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା ଓ ପରେ ସେ ସେଠାରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ | 2012 ଏପ୍ରିଲ ମାସରେ ସୁପ୍ରିମକୋର୍ଟର  ବିଚାରପତି ଭାବେ ତାଙ୍କ ପଦନ୍ନୋତି ହୋଇଥିଲା |