ଜାମ୍ମୁ ଓ କାଶ୍ମୀରରେ ପୃଥକ  କାର୍ଯ୍ୟାନୁଷ୍ଠାନରେ 8ଜଣ ସନ୍ତ୍ରାସବାଦୀ ନିହତ

ଜାମ୍ମୁ ଓ କାଶ୍ମୀରରେ  କୁପୱାରା , ବାରମୁଲ୍ଲା ଓ ଜାମ୍ମୁରେ  ଅଲଗା ଅଲଗା   କାର୍ଯ୍ୟାନୁଷ୍ଠାନରେ 8ଜଣ ସନ୍ତ୍ରାସବାଦୀ ଙ୍କୁ ମାରିଦିଆଯାଇଛି|କୁପୱାଡା ଜିଲ୍ଲାର କେରାନ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖାରେ ଏକ ଗୁଳିଚାଳନା ଘଟଣାରେ  3 ଜଣ ସନ୍ତ୍ରାସବାଦୀ ପ୍ରାଣ ହରେଇବା ସହ ଏକ ବଡ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦିଆଯାଇଛି | ସେହି  ମୃତ  ସନ୍ତ୍ରାସବାଦୀ ମାନଙ୍କ  ମରଶରୀର ନିୟନ୍ତ୍ରଣ ରେଖା ନିକଟରେ ପଡିଛି ଓ କାର୍ଯ୍ୟାନୁଷ୍ଠାନ ଏବେ ମଧ୍ୟ ଜାରି ରହିଛି ବୋଲି ସେନାବାହିନୀ ସୂତ୍ରରୁ ଜଣାପଡିଛି |

ପୂର୍ବରୁ   ପୁଲବାରମୁଲ୍ଲା ଜିଲ୍ଲାର ଚେକିପୋରା ସେଖପୋର ସୋପୋର ଅଞ୍ଚଳରେ ଘଟିଥିବା ସଂଘର୍ଷରେ ଜୈସେ ମହମ୍ମଦର ଦୁଇଜଣ ସନ୍ତ୍ରାସବାଦୀ ପ୍ରାଣ ହରେଇଥିଲେ | ସେମାନଙ୍କ ମଧ୍ୟରୁ ଜଣେ ସୋପୋର ବିସ୍ଫୋରଣ ଘଟଣାରେ ଜଡିତ ଥିଲା |ସେହି ବିସ୍ଫୋରଣ ଘଟଣାରେ 4 ଜଣ ପୋଲିସ ଯବାନ ଶହୀଦ ହୋଇଥିଲେ |

ଅନ୍ୟ ଏକ ଘଟଣାରେ ଜାମ୍ମୁ କାଶ୍ମୀର ପୋଲିସ ଗନ୍ଦରବଲ ଜିଲ୍ଲାରୁ ଦୁଇଜଣ ସନ୍ତ୍ରାସବାଦୀଙ୍କୁ ଗିରଫ କରିଛି |