ପାକିସ୍ତାନ ଜଳ ରାଶିରେ ମାଛ ଧରିବା ଅଭିଯୋଗରେ  ପାକିସ୍ତାନ କର୍ତ୍ତୃପକ୍ଷଙ୍କ ଦ୍ଵାରା 18 ଜଣ ଭାରତୀୟ ମତ୍ସ୍ୟଜୀବୀ ଗିରଫ

ପାକିସ୍ତାନ କର୍ତ୍ତୃପକ୍ଷ, ସେହି ଦେଶର  ଜଳ ରାଶିରେ ମାଛ ଧରିଥିବା ଅଭିଯୋଗରେ  18 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ  ଗିରଫ  କରିଛି|

କରାଚିରେ ଜଣେ ଅଧିକାରୀ କହିଛନ୍ତି ଯେ ମତ୍ସ୍ୟଜୀବୀ ମାନଙ୍କୁ  ମଙ୍ଗଳବାର ଦିନ ପାକିସ୍ତାନ ସାମୁଦ୍ରିକ ନିରାପତ୍ତା ସଂସ୍ଥା (ପିଏମଏସଏ) ଗିରଫ କରିଛି ଏବଂ ସେମାନଙ୍କୁ ଆଜି ଏକ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ | ଭାରତୀୟ ମତ୍ସ୍ୟଜୀବୀ ମାନଙ୍କ ଦୁଇଟି ମାଛ ଧରା ଡଙ୍ଗାକୁ ମଧ୍ୟ ଜବତ କରାଯାଇଛି |

ପୂର୍ବରୁ କରାଚି ଜେଲରେ ବନ୍ଦୀ ଥିବା ମତ୍ସ୍ୟଜୀବୀ ମାନେ ନିଜ ଜେଲଦଣ୍ଡ ଭୋଗି  ସାରିବା ପରେ ଖଲାସ ହୋଇଛନ୍ତି କିମ୍ବା ପାକିସ୍ତାନ ସରକାରଙ୍କ  ଦ୍ଵାରା ସୌହାର୍ଦ୍ୟମୂଳକ  ପଦକ୍ଷେପ ସ୍ୱରୂପ  ଭାରତୀୟ ମତ୍ସ୍ୟଜୀବୀଙ୍କୁ ଛଡ଼ାଯାଇଛି |