ଅବିରଳ ଓ ନିର୍ମଳ ଗଙ୍ଗା  ଉପରେ  ସରକାର କାର୍ଯ୍ୟ କରୁଛନ୍ତି କହିଲେ ନିତିନ ଗଡକରି

କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରି କହିଛନ୍ତି ଯେ ସରକାର  ଅବିରଳ ଓ ନିର୍ମଳ ଗଙ୍ଗା ନଦୀ ଦିଗରେ  କାର୍ଯ୍ୟ କରୁଛନ୍ତି |

ନୂଆଦିଲ୍ଲୀରେ ବୁଧୁବାର ଦିନ  e-Flow of Ganga ବିଜ୍ଞପ୍ତି ଉପରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି  ନଦୀର 40ଟି ଶାଖା ନଦୀରେ କାର୍ଯ୍ୟ ଜାରି ରହିଛି |

ସେ ମଧ୍ୟ କହିଛନ୍ତି ଯମୁନା ଉପରେ 34ଟି ପ୍ରକଳ୍ପ ଓ ଦିଲ୍ଲୀରେ 12ଟି ପ୍ରକଳ୍ପ ର ଆୟୋଜନ କରାଯାଉଛି | କେନ୍ଦ୍ର ସରକାର  ଗଙ୍ଗା ନଦୀ ପାଇଁ ସର୍ବନିମ୍ନ ପରିବେଶ ପ୍ରବାହ  ନେଇ ବିଜ୍ଞପ୍ତି ଜାରି କରିଛନ୍ତି ଯାହାଦ୍ୱାରା ଏହି ନଦୀରେ ବିଭିନ୍ନ ସ୍ଥାନରେ ଜଳସେଚନ ଓ ହାଇଡ୍ରୋପାୱାର ଭଳି ପ୍ରକଳ୍ପ ଗୁଡିକ  ନିଶ୍ଚିତ ରୂପେ କାର୍ଯ୍ୟକାରୀ ହୋଇପାରିବ |

ଗଙ୍ଗାର e-Flow କୁ ଜାରି କରିବା ଲାଗି ଦୀର୍ଘ ସମୟ ଧରି ଆଲୋଚନା ହେଉଥିଲା  ଏବଂ   ନଦୀରେ ପ୍ରବାହର ନ୍ଯୁନତମ  ମାତ୍ରା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ଗଡକରି କହିଛନ୍ତି |

ଏକ  ଅବିରଳ  ଓ ନିର୍ମଳ ଗଙ୍ଗା ଦିଗରେ କାର୍ଯ୍ୟ କରିବା ପାଇଁ ସରକାରଙ୍କ ପ୍ରତିଶୃତିବଦ୍ଧତା ଦୋହୋରାଇ ଗଙ୍ଗା ଆଇନ ଚିଠା ପ୍ରସ୍ତାବକୁ ଖୁବ ଶୀଘ୍ର ଅନୁମୋଦନ ଲାଗି   କ୍ୟାବିନେଟ  ନିକଟକୁ ପଠାଯିବ ବୋଲି  ଶ୍ରୀ ଗଡକରି ସୂଚନା ଦେଇଛନ୍ତି |