ଇଟାଲୀର ପ୍ରଧାନମନ୍ତ୍ରୀ ଅକ୍ଟୋବର 30 ତାରିଖରେ ଭାରତ ଗସ୍ତରେ ଆସିବେ

ଇଟାଲୀର ପ୍ରଧାନମନ୍ତ୍ରୀ ପ୍ରଫେସର ଗିୟୁସେପେ କୋଣ୍ଟେ ଅକ୍ଟୋବର 30 ତାରିଖରେ ଭାରତ ଗସ୍ତରେ ଆସିବେ | DSTCII ଭାରତଇଟାଲୀ 24 ତମ ବୈଷୟିକ ସମ୍ମିଳନୀ 2018 ରେ ଯୋଗ ଦେବା ପାଇଁ ଶ୍ରୀ କୋଣ୍ଟେଙ୍କ ସହ ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି |

ଚଳିତ ବର୍ଷ ଜୁନ ମାସରେ ଇଟାଲୀର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗିୟୁସେପେ କୋଣ୍ଟେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି |

ଇଟାଲୀ ପ୍ରଧାନମନ୍ତ୍ରୀ ଶ୍ରୀ କୋଣ୍ଟେ ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅକ୍ଟୋବର 30 ତାରିଖରେ ଦ୍ବିପକ୍ଷୀୟ କଥାବାର୍ତ୍ତା କରିବେ | ଉଭୟ ନେତା ବୈଷୟିକ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେବେ |

ଏହି ସମ୍ମିଳନୀରେ ଇଟାଲୀ ଭାଗିଦାରୀ ରାଷ୍ଟ୍ର ରହିଛି |