ଇଣ୍ଡୋନେସିଆର ଜାଭା ଓ ବାଲିରେ ଏକ  ଶକ୍ତିଶାଳୀ  ଭୂମିକମ୍ପରେ ତିନି ଜଣ ମୃତ

ଇଣ୍ଡୋନେସିଆର ଜାଭା ଓ ବାଲି ଦ୍ଵିପପୁଞ୍ଜ  ଉପକୂଳରେ 6.0 ତୀବ୍ରତା ବିଶିଷ୍ଟ ଏକ  ଶକ୍ତିଶାଳୀ  ଭୂମିକମ୍ପରେ ତିନି ଜଣ  ମୃତ୍ୟୁ ବରଣ କରିଛନ୍ତି |

ଗତ ମଧ୍ୟ ରାତ୍ରିରେ ଏହି ଭୂମିକମ୍ପ ର ପ୍ରଭାବରେ ଏକ କୋଠା ଭୁଷୁଡି ପଡିବାରୁ ଏହି ତିନି ଜଣଙ୍କ ପ୍ରାଣ ହାନି ଘଟିଥିବା ବିଷୟ ଜଣେ ସରକାରୀ ଅଧିକାରୀ  କହିଛନ୍ତି |

ଜାଭା ଦ୍ବୀପର  40 କିଲୋମିଟର ପୂର୍ବାଞ୍ଚଳ  ଇଲାକା ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳୀ ଥିବା କଥା ଆମେରିକାର ଭୁତତ୍ତ୍ଵ ସର୍ଭେ ସଂସ୍ଥା ଜଣାଇଛି |