ଗୋର୍ଖା ସଂପ୍ରଦାୟର ସଦସ୍ୟ ମାନଙ୍କୁ ନାଗରିକତା ମାନ୍ୟତା ଦେବା ଉପରେ ଆସାମ ସରକାରଙ୍କୁ ସ୍ଵରାଷ୍ଟ୍ରମନ୍ତ୍ରଣାଳୟର ସ୍ପଷ୍ଟିକରଣ ଜାରି

ସ୍ଵରାଷ୍ଟ୍ରମନ୍ତ୍ରଣାଳୟ, ବିଦେଶୀ ନାଗରିକ  ଆଇନ, 1946 ଅନୁଯାୟୀ ରାଜ୍ୟରେ ବସବାସ କରୁଥିବା ଗୋର୍ଖା ସଂପ୍ରଦାୟର ସଦସ୍ୟ ମାନଙ୍କୁ ନାଗରିକତା ମାନ୍ୟତା ଦେବା ଉପରେ ଆସାମ ସରକାରଙ୍କୁ ସ୍ପଷ୍ଟିକରଣ ଜାରିକରିଛି | ଅଲ ଆସାମ ଗୋର୍ଖା ଛାତ୍ର ସଂଘ  ସ୍ଵରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସାକ୍ଷାତ କରି ଏକ ସ୍ମାରକୀ ପାତ୍ର ପ୍ରଦାନ କରିବା ପରେ  ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି |

ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ,ଭାରତୀୟ ନାଗରିକତା  ବିଷୟ ନେଇ  ଗୋର୍ଖା  ମାନେ  ସମ୍ମୁଖୀନ  ହେଉଥିବା ଅସୁବିଧା ଗୁଡିକୁ ଦୂର କରିବା ଲାଗି ବିଭିନ୍ନ ବ୍ୟବସ୍ଥା ବିଷୟ  ତାଲିକାଭୁକ୍ତ କରି ଆସାମ ସରକାରଙ୍କୁ  ଜଣାଇଛି |

ଏଥିରେ କୁହାଯାଇଛି ଯେ ସମ୍ବିଧାନ ପ୍ରଣୟନ ହେବା  ସମୟରେ ଯେଉଁ ଗୋର୍ଖା ସମ୍ପ୍ରଦାୟ ର ଲୋକମାନେ ଭାରତରେ ବସବାସ କରୁଥିଲେ ଓ   ଯେଉଁ ମାନେ ଆସାମରେ ଜନ୍ମ ଗ୍ରହଣ କରିଛନ୍ତି  କିମ୍ବା ଯେଉଁମାନେ ପଞ୍ଜୀକରଣ ଦ୍ଵାରା ଭାରତୀୟ ନାଗରିକତା ଅଧିଗ୍ରହଣ କରିଛନ୍ତି ସେମାନଙ୍କୁ  ବିଦେଶୀ  ନାଗରିକ ଭାବେ ବିବେଚିତ  କରାଯିବ ନହିଁ ଏବଂ  ଏହିଭଳି କୌଣସି ମାମଲାକୁ ବିଦେଶୀ ଟ୍ରିବ୍ୟୁନାଲ ନିକଟକୁ ପଠାଯିବ ନାହିଁ   |

ଏଥିସହିତ ବିନା ପାସପୋର୍ଟ ରେ ଭାରତରେ ରହିଥିବା  ନେପାଳୀ ନାଗରିକତା ଧାରୀ  ଗୋର୍ଖା ମାନଙ୍କୁ ମଧ୍ୟ ଅବୈଧ ଦେଶାନ୍ତର  ବାସୀ  ବୋଲି ବିବେଚନା କରାଯିବ ନହିଁ |