ଘୁର୍ଣ୍ଣିଝଡ ତିତଲି ଆଜି ସକାଳେ ଓଡ଼ିଶାର ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଛି

ଘୁର୍ଣ୍ଣିଝଡ ତିତଲି ଆଜି ସକାଳେ ଓଡ଼ିଶାର ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଛି | ଘୁର୍ଣ୍ଣିଝଡ ଆହୁରି ଘନୀଭୂତ ହେବା ସହ ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେଉଛି | ଗୋପାଳପୁର ଅଞ୍ଚଳରେ ବହୁତ ଗୁଡିଏ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପାଡି ଯାଇଛି ଏବଂ ବହୁ ପରିମାଣରେ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିବା ଜଣାପଡିଛି  |

ତେବେ ଘୁର୍ଣ୍ଣିଝଡ ତିତଲିରେ କୌଣସି ଲୋକ ମୃତାହତ ହୋଇଥିବା ବିଷୟରେ ପର୍ଯ୍ୟନ୍ତ କୌଣସି ସୂଚନା ହସ୍ତଗତ ହୋଇନାହିଁ | ଘୁର୍ଣ୍ଣିଝଡ, ସମ୍ପୂର୍ଣ୍ଣ ଓଡିଶା ଉପକୂଳ ଅତିକ୍ରମ କରଯାଇଥିବା ବିଷୟ ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି |

ବିଭିନ୍ନ ସ୍ଥାନର ତଳିଆ ଅଞ୍ଚଳରୁ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ବହୁଉଦ୍ଦେଶ୍ୟ ସମ୍ବଳିତ  ଘୁର୍ଣ୍ଣିଝଡ ଆଶ୍ରୟସ୍ଥଳୀ ଗୁଡିକରେ ନିରାପଦରେ ରଖାଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରିଲିଫ କମିଶନର ନିୟନ୍ତ୍ରଣ ପ୍ରକୋଷ୍ଠ ପରିଦର୍ଶନ କରି ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦଇଛନ୍ତି |