ଜାମ୍ମୁ ଓ କାଶ୍ମୀରରେ  ଦ୍ଵିତୀୟ ପର୍ଯ୍ୟାୟପୌର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ  ଶେଷ , ରିଆସି ଜିଲ୍ଲାରେ ସର୍ବାଧିକ 85% ମତ ଦାନ

ଜାମ୍ମୁ ଓ କାଶ୍ମୀରରେ  ଦ୍ଵିତୀୟ ପର୍ଯ୍ୟାୟ ପୌର ନିର୍ବାଚନରେ 263ଟି ମ୍ଯୁନିସିପାଲ ୱାର୍ଡ ପାଇଁ ଗତସନ୍ଧ୍ୟାରେ  ଶାନ୍ତିପୂର୍ଣ୍ଣ ଭାବେ   ଭୋଟ ଗ୍ରହଣ ଶେଷ  ହୋଇଛି | ଏଥିରେ ଜାମ୍ମୁ ଅଞ୍ଚଳର 214ଟି ୱାର୍ଡ ରହିଥିବା ବେଳେ କାଶ୍ମୀର ଉପତ୍ୟକା ର 49ଟି ୱାର୍ଡ  ରହିଛି |

ଜାମ୍ମୁ ଅଞ୍ଚଳର 6ଟି ଜିଲ୍ଲା ରେ 76 ପ୍ରତିଶତ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି |,

ଏହି ଅଞ୍ଚଳରେ ଭୋଟ ଗ୍ରହଣ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିଥିବାର  ଖବର ମିଳିନାହିଁ | ରିଆସି  ଜିଲ୍ଲାରେ ସର୍ବାଧିକ 85% ମତ ଦାନ ହୋଇଥିବାର ରେକର୍ଡ କରାଯାଇଛି |

ଜାମ୍ମୁ ଅଞ୍ଚଳରେ ଏହି  ପର୍ଯ୍ୟାୟରେ  4 ଜଣ ପ୍ରାର୍ଥୀ ବୀନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିବା ବେଳେ  214ଟି ୱାର୍ଡ ପାଇଁ 881 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ ହେବ|

ତୃତୀୟ ପର୍ଯ୍ୟାୟ  ଭୋଟ ଗ୍ରହଣ ଚଳିତ ମାସ 13 ତାରିଖ ଓ ଚତୁର୍ଥ  ତଥା ଚୁଡାନ୍ତ ପର୍ଯ୍ୟାୟ ଚଳିତ ମାସ  16 ତାରିଖ ରେ ହେବାକୁ ଥିବା ବେଳେ  ଭୋଟ ଗଣନା ଏହି ମାସ 20 ତାରିଖରେ ଅନୁଷ୍ଠିତ  ହେବ |