ଦକ୍ଷତା ବିକାଶ ଏକ ନିରନ୍ତର ପ୍ରକ୍ରିୟା ହେବା ଉଚିତ କହିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ  କହିଛନ୍ତି ଯେ ଦକ୍ଷତା ବିକାଶ  କାର୍ଯ୍ୟକ୍ରମ ଏକ ନିରନ୍ତର ପ୍ରକ୍ରିୟା  ଭାବେ  ଚାଲିବା ଉଚିତ | ଏହି କାର୍ଯ୍ୟକ୍ରମ ଜରିଆରେ ଅଭିନବ ଉପାୟ ଅବଲମ୍ବନ କରି ଲୋକଙ୍କ ଜୀବନ ମାନରେ ଉନ୍ନତି  ଅଣାଯାଇପାରିବ |

ତାମିଲନାଡୁର ପୋଲାଚିଠାରେ  ଏକ ଶିକ୍ଷାନୁଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ,ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ବୃଦ୍ଧି ପାଉଥିବା ତାରତମ୍ୟ  ଉପରେ ଉଦବେଗ ପ୍ରକାଶ କରି ଗ୍ରାମାଞ୍ଚଳରେ  ଲୋକମାନଙ୍କୁ ଫାଇଦା ପହଞ୍ଚାଇବା ପାଇଁ ଉନ୍ନତ ଶିକ୍ଷାନୁଷ୍ଠାନ, ନିରନ୍ତର ବିଦ୍ୟୁତ ଯୋଗାଣ ,ପାନୀୟ  ଜଳ ଓ ସ୍ୱାସ୍ଥ୍ୟ ସେବା ସୁଲଭ  ମୁଲ୍ୟରେ ଯୋଗାଇ ଦେବା ଉପରେ ଗୁରୁତ୍ଵାରୋପ କରିଛନ୍ତି |

ଯୁବପିଢୀର  ଆଶା ଓ ଆକାଂକ୍ଷା ପୂରଣ  କରିବା ପାଇଁ ସରକାର ଅତ୍ୟନ୍ତ ସମ୍ବେଦନଶୀଳ  ଏବଂ  ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି |

ଏହି ଅବସରରେ ଭାଷଣ ଦେଇ ସେ  ମହାତ୍ମା ଗାନ୍ଧୀଙ୍କ କାର୍ଯ୍ୟ ଓ ବିଚାର ଧାରା ବିଷୟରେ ବର୍ଣ୍ଣନା କରି ଆଜିର ଯୁବ ପୀଢି ଏଥିରେ ଅନୁପ୍ରାଣିତ ହେବାକୁ ଆହ୍ଵାନ ଜଣାଇଛନ୍ତି |

ଇତିମଧ୍ୟରେ ଉପରାଷ୍ଟ୍ରପତି ଦୁଇଦିନିଆ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ଚେନ୍ନାଇରେ ପହଞ୍ଚିଛନ୍ତି | ସେ ଆଜି ଚାରୋଟି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି |