ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଫ୍ରାନ୍ସକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଫ୍ରାନ୍ସକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି | ସେ ପ୍ୟାରିସରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କ ସହ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ତଥା ଦୁଇ ଦେଶର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଆଞ୍ଚଳିକ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ |

ଉଭୟ ଦେଶ ଦ୍ୱାରା ମିଳିତ ଭାବେ ସାମରିକ ସରଞ୍ଜାମ ଅସ୍ତ୍ରଶସ୍ତ୍ର ନିର୍ମାଣ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର ଆଶା କରାଯାଉଛି |