ବିଜେପି ଜନସାଧାରଣଙ୍କ କଲ୍ଯାଣ ନିମନ୍ତେ କାର୍ଯ୍ୟ  ଜାରିରଖିବ  କହିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି  ଦେଶର  ଜନସାଧାରଣଙ୍କ କଲ୍ଯାଣ ନିମନ୍ତେ କାର୍ଯ୍ୟ ଜାରିରଖିବା  ହେଉଛି ବିଜେପିର ମୁଖ୍ୟ କାର୍ଯ୍ୟସୂଚୀ |

ଆଗ୍ରା,ଦାମୋ,କରାଉଳୀ –ଧୋଲପୁର ,ମହିଶୂର ଓ ରାୟପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତା ଙ୍କ ସହ ନମୋ ଆପ ଜରିଆରେ ବାର୍ତ୍ତାଳାପ କରି ଶ୍ରୀ ମୋଦୀ କହିଛନ୍ତି ସବୁ ପ୍ରକାରାର ବିରୋଧ ସତ୍ତ୍ୱେ  ଲୋକଙ୍କ କଲ୍ୟାଣ ପାଇଁ ବିଜେପି ତାର ସମାଜ ସେବା  କାର୍ଯ୍ୟ ଜାରି ରଖିବ |

ପ୍ରଧାନମନ୍ତ୍ରୀ କହିଛନ୍ତି  ପୂର୍ବ ସରକାରଙ୍କ କାର୍ଯ୍ୟକୁ ଆଗେଇନେଇଥିବାରୁ କେତେ ଲୋକ ସମାଲୋଚନା କରିଥିଲେ କିନ୍ତୁ ସେମାନେ କାହିଁକି ତାଙ୍କ କାର୍ଯ୍ୟ ସଂପୂର୍ଣ୍ଣ କରିନଥିଲେ ତାହା ସେ ଜାଣିବାକୁ ଚାହାନ୍ତି |

ବର୍ତ୍ତମାନର ସରକାର ଦୀର୍ଘଦିନରୁ ଅଚଳ ହୋଇ ପଡିଥିବା ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ||