ବିମାନରେ  ମାଲ ପରିବହନ ନେଇ  ଖୁବ ଶୀଘ୍ର ଏକ ନୀତି  ପ୍ରଣୟନ କରିବେ, ସରକାର

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଯେ ସରକାର ବିମାନରେ  ମାଲ ପରିବହନ ନେଇ  ଖୁବ ଶୀଘ୍ର ଏକ ନୀତି  ପ୍ରଣୟନ କରିବେ ଏବଂ ଏହାକୁ ଅନୁମୋଦନ କରାଇବାପାଇଁ କ୍ୟାବିନେଟରେ ଉପସ୍ଥାପନ କରାଯିବ |

ନୂଆଦିଲ୍ଲୀରେ ବୁଧୁବାର ଦିନ  ସିଆଇଏସଏଫ ର ସୁବର୍ଣ୍ଣ ଜୟନ୍ତୀ  ବର୍ଷ  ପାଳନର ଉଦଯାପନୀ ସମାରୋହ  ଅବସରରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଏହି ନୀତି  ବିମାନ ଚଳାଚଳ କ୍ଷେତ୍ରକୁ  ମଜବୁତ  କରିବା ସହିତ ଦେଶର  ଅର୍ଥନିତୀକୁ  ଆହୁରି ସୁଦୃଢ କରିବ |

ଏହି ନୀତି ପ୍ରଣୟନ  କଲେ  କୃଷି ଉତ୍ପାଦ ବିମାନରେ ପରିବହନ ହୋଇପାରିବ ଓ କୃଷକ  ମାନେ ନିଜ ଉତ୍ପାଦ ସାମଗ୍ରୀକୁ ଦେଶର ଅନ୍ୟ ଭାଗରେ ବିକ୍ରି କରିପାରିବେ |

ସେ ଆହୁରି ମଧ୍ୟ କହିଛନ୍ତି ଯେ  ବିମାନ ଚଳାଚଳ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା  ବିଶ୍ଵ ସ୍ତରୀୟ ହୋଇଥିଲେ ସୁଦ୍ଧା ଏଥିରେ ଆଧୁନୀକିକରଣର ଆବଶ୍ୟକତା ରହିଛି |

ଶ୍ରୀ ପ୍ରଭୁ କହିଛନ୍ତିଆନ୍ତର୍ଜାତୀୟ  କାର୍ଯ୍ୟକ୍ରମ ଜରିଆରେ ଜ୍ଞାନ, ବିଚାରଧାରା  ଓ ଅନୁଭୂତିର ଆଦାନ ପ୍ରଦାନ ସୁରକ୍ଷା ସଙ୍କ୍ରାନ୍ତୀୟ  ବୈଷୟିକ ସମସ୍ୟାର ସମାଧାନ କରିପାରିବ |