ମାଳଦ୍ଵୀପ ନିର୍ବାଚନ ଫଳାଫଳ ନେଇ ଶାସକ ପାର୍ଟି ସୁପ୍ରିମକୋର୍ଟର ଦ୍ଵାରସ୍ଥ

ମାଳଦ୍ଵୀପରେ ରାଷ୍ଟ୍ରପତି  ଅବଦୁଲ୍ଲା ୟାମିନଙ୍କ ନେତୃତ୍ବରେ  ଶାସକ ପାର୍ଟି ,ସେପ୍ଟେମ୍ବର 23ର  ନିର୍ବାଚନ  ଫଳାଫଳକୁ  ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛି |

ମାଳଦ୍ଵୀପର ପିପିଏମ ପାର୍ଟି ଏକ ବିବୃତ୍ତି ରେ କହିଛି ଯେ ଏହି ନିର୍ବାଚନରେ ଘୋର ଅନିୟମିତତା , ଭୋଟ ଜବର  ଦଖଲ, ଦୁର୍ନୀତି ତଥା ଅସାଧୁ ଉପାୟ ଅବଲମ୍ବନ କରାଯାଇଛି |

ମାଳଦ୍ଵୀପ ପୋଲିସ ସେବା ଦ୍ଵାରା ଏସଙ୍କ୍ରାନ୍ତରେ  ଜବାବ ମିଳିବା  ପରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି  ପାର୍ଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏଥିରେ କୁହାଯାଇଛି |

ତେବେ ପୂର୍ବରୁ ନିର୍ବାଚନ କମିଶନ, ପିପିଏମ ର ଅଭିଯୋଗ କୁ ଖଣ୍ଡନ କରି ବିରୋଧୀ ପ୍ରାର୍ଥୀ ଇବ୍ରାହିମ ମହମ୍ମଦ ସୋଲିଙ୍କୁ ବିଜୟୀ ଘୋଷଣା କରିଛନ୍ତି |

ରାଷ୍ଟ୍ରପତି ୟାମିନଙ୍କ 5 ବର୍ଷ କାର୍ଯ୍ୟକାଳ ନଭେମ୍ବର 17 ତାରିଖରେ ଶେଷ ହେବା  ପରେ ଶ୍ରୀ ସୋଲି ରାଷ୍ଟ୍ରପତି ପଦ ଦାୟିତ୍ଵ ଗ୍ରହଣ କରିବେ |