ଶ୍ରୀଲଙ୍କା ଗୃହ ଯୁଦ୍ଧରେ ପୀଡିତ ମାନଙ୍କୁ କ୍ଷତିପୂରଣ ଦେବା ଲାଗି  ଶ୍ରୀଲଙ୍କା  ପାର୍ଲିଆମେଣ୍ଟରେ  ଏକ ଆଇନ ଗୃହିତ

ଶ୍ରୀଲଙ୍କା ଗୃହ ଯୁଦ୍ଧରେ ପୀଡିତ ମାନଙ୍କୁ କ୍ଷତିପୂରଣ ଦେବା ଲାଗି  ଶ୍ରୀଲଙ୍କା ପାର୍ଲିଆମେଣ୍ଟରେ  ଏକ ଆଇନ ଗୃହିତ  ହୋଇଛି | ଏହି ନୃଶଂସ ଗୃହ ଯୁଦ୍ଧରେ ଏକ ଲକ୍ଷ ଲୋକଙ୍କ ପ୍ରାଣ ହାନି ଘଟିଥିଲା |

ଏହି ଆଇନ ସପକ୍ଷରେ 59 ଜଣ ବିଧାୟକ  ଭୋଟ ଦେଇଥିବା   ବେଳେ ବିପକ୍ଷରେ 43  ଜଣ ବିଧାୟକ  ଭୋଟ ଦେଇଥିଲେ | ଏହି ଅମାନବୀୟ ଗୃହ ଯୁଦ୍ଧରେ  ଶିକାର ହୋଇଥିବା ବ୍ୟକ୍ତି ତଥା ଏଥିରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଆତ୍ମୀୟ ସ୍ଵଜନଙ୍କୁ କ୍ଷତିପୂରଣ ଦେବା ଲାଗି ଏହି  ପ୍ରତିକାର ବିଲ ଗୃହିତ ହୋଇଛି |

ଏହି ଚିଠା ବିଲ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ରନିଲ ବିକ୍ରେମେସିଙ୍ଘେ କହିଛନ୍ତି କେବଳ ଉତ୍ତର ଭାଗରେ ନୁହେଁ ଦକ୍ଷିଣ ଭାଗରେ ମଧ୍ୟ ଅନେକ ଜଣ ନିଖୋଜ ଥିବାର ଖବର ମିଳିଛି | ପୂର୍ବତ୍ତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ଙ୍କ ସମର୍ଥକ ମାନେ ଏହି ବିଲ ବିପକ୍ଷରେ ଭୋଟ ଦେଇଥିଲେ |

ଶ୍ରୀଲଙ୍କାରେ ପୁନଃସ୍ଥାପନା ଲାଗି ଏ କ୍ଷେତ୍ରରେ ଏକ ଆଇନ ପ୍ରଣୟନ କରିବା  ପାଇଁ ଆନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ମାନେ ଦୀର୍ଘ ସମୟ ଧରି ଦାବି କରିଆସୁଥିଲେ |