ଏକବିଂଶ ଶତାବ୍ଦୀରେ ଭାରତ ଓ ନେପାଳ ସମ୍ପର୍କର ଇପିଜି ରିପୋର୍ଟ ଗଠନ

ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାବାଲି କହିଛନ୍ତି ଯେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ଗଠିତ ଗୋଷ୍ଠୀ (ଇପିଜି) ରିପୋର୍ଟ ହେଉଛି ଏକବିଂଶ ଶତାବ୍ଦୀରେ ଭାରତ ଓ ନେପାଳ ସମ୍ପର୍କର ଏକ ଆଧାର ତଥା ମୂଳ ଯୋଜନା  |

ସେ କହିଛନ୍ତି ଯେ ଦୁଇ ଦେଶର ଆବଶ୍ୟକତା ଗୁଡିକୁ ଦୃଷ୍ଟିରେ ରଖି କରି ଇପିଜି ଗୋଷ୍ଠୀ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି |

କାଠମାଣ୍ଡୁ ଠାରେ ଗତ ସନ୍ଧ୍ୟାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଗ୍ୟାବାଲି କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି  ଏହି କ୍ଷେତ୍ରରେ ବ୍ୟକ୍ତିଗତ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି |

ସେ  କହିଛନ୍ତି ଯେ ଉଭୟ ପ୍ରଧାନମନ୍ତ୍ରୀ ଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ କୁ ଦୃଷ୍ଟିରେ ରଖି  ଏହି ଇପିଜି ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରାଯାଇନାହିଁ | ଭାରତ ଓ ନେପାଳର ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏହି ଇପିଜି ଗୋଷ୍ଠୀ ଗଠନ କରାଯାଇଛି |

ଉଭୟ ଦେଶ ମଧ୍ୟରେ ସମସ୍ତ ପ୍ରଚଳିତ ଦ୍ଵିପକ୍ଷୀୟ ଚୁକ୍ତି ଓ ରାଜିନାମା ଗୁଡିକ ଉପରେ ପରାମର୍ଶ ଦେବା ଲାଗି 2016 ଫେବୃଆରି ମାସରେ ଏହି ଗୋଷ୍ଠୀ ଗଠନ କରାଯାଇଥିଲା |

ଚଳିତ ବର୍ଷ ଜୁଲାଇ ମାସରେ ଏହି ଗୋଷ୍ଠୀ ତାର ଦୁଇ ବର୍ଷ ଅବଧି ଶେଷ କରିଥିଲା |