ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର 11 ତାରିଖରୁ ଜାନୁଆରୀ 8 ତାରିଖ ପର୍ଯ୍ୟନ୍ତ ବସିବ |
ବୁଧୁବାର ଦିନ ନୂଆଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଛି |
ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଜୟ ଗୋୟେଲ କହିଛନ୍ତି ଚଳିତ ଅଧିବେଶନରେ ରାଜ୍ୟସଭାରେ ଆଠୋଟି ଗୁରୁତ୍ୱପୂର୍ଣ୍ଣ ବିଲ ପାସ ହେବାକୁ ଥିବା ବେଳେ ଲୋକସଭାରେ 15ଟି ବିଲ ପାସ ହେବାର କାର୍ଯ୍ୟସୂଚୀ ରହିଛି |