ହସମୁଖ ଅଧିଆ ନଭେମ୍ବର 30ରେ ଅବସର ଗ୍ରହଣ କରିବେ ; ତାଙ୍କର ଅବଦାନକୁ ଅରୁଣ ଜେଟଲୀ ପ୍ରଶଂସା କରିଛନ୍ତି

ଅର୍ଥ ବିଭାଗ ଶଚିବ ହସମୁଖ ଅଧିଆ ନଭେମ୍ବର 30 ତାରିଖରେ ଅବସର ଗ୍ରହଣ କରିବେ | ତାଙ୍କର ଅବଦାନକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରଶଂସା କରିଛନ୍ତି | “ଡକ୍ଟର ଅଧିଆ ରିଟାଏର୍ସ” ଶୀର୍ଷକ ଏକ ଫେସବୁକ ପୋଷ୍ଟରେ ଶ୍ରୀ ଜେଟଲୀ କହିଛନ୍ତି, ବ୍ୟାଙ୍କିଙ୍ଗ ସେବା ଜରିଆରେ ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଗୁଡିକର କାର୍ଯ୍ୟକାରୀତାରେ ଅର୍ଥ ବିଭାଗ ଶଚିବ ହସମୁଖ ଅଧିଆଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ଏବଂ ସେ ଦକ୍ଷ ନେତୃତ୍ତ୍ୱ ପ୍ରଦର୍ଶନ କରିଛନ୍ତି |

ମୁଦ୍ରା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଇବାରେ ତାଙ୍କର ଅବଦାନକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଭୂୟଶୀ ପ୍ରଶଂସା କରିଛନ୍ତି |

ରାଜସ୍ବ ଶଚିବ ଭାବେ ମଧ୍ୟ ଶ୍ରୀ ଅଧିଆଙ୍କ କାର୍ଯ୍ୟକାଳ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ଜେଟଲୀ ଉଲ୍ଲେଖ କରିଛନ୍ତି |