ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପଞ୍ଚମ ଦ୍ବିମାସିକ ମୁଦ୍ରା ନୀତିର ସମୀକ୍ଷା ଆଜି କରିବେ

ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପଞ୍ଚମ ଦ୍ବିମାସିକ ମୁଦ୍ରା ନୀତିର ସମୀକ୍ଷା ଆଜି ଅପରାହ୍ନରେ କରିବେ | ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉରଜୀତ ପଟେଲଙ୍କ ନେତୃତ୍ବରେ ଛଅ ଜଣିଆ ସଦସ୍ୟ ବିଶିଷ୍ଟ ମୁଦ୍ରା ନୀତି କମିଟି ସୋମବାର ଠାରୁ ଏହାର ତିନି ଦିନିଆ ବୈଠକ ଆରମ୍ଭ କରିଛି | ବିଶେଷଜ୍ଞମାନଙ୍କ ମତରେ ରିଜର୍ଭ ବ୍ୟାଙ୍କ ଏହାର ରେପୋରେଟକୁ ଅପରିବର୍ତ୍ତନୀୟ ରଖିବ |