ଆମଦାନୀ ଶୁଳ୍କ କ୍ଷେତ୍ରରେ ସହଯୋଗ ଓ ଆପୋଷ ସହାୟତା ନେଇ ଭାରତ , ପେରୁ ସହ ସ୍ଵାକ୍ଷର କରିଛି ଏକ ରାଜିନାମା

ଆମଦାନୀ ଶୁଳ୍କ କ୍ଷେତ୍ରରେ ସହଯୋଗ ଓ ଆପୋଷ ସହାୟତା ନେଇ ଭାରତ  ବୁଧବାର ଦିନ ପେରୁ ସହ ଏକ ରାଜିନାମା ରେ ସ୍ଵାକ୍ଷର କରିଛି |

ଏହା ଉଭୟ ଦେଶର ଆମଦାନୀ ଶୁଳ୍କ ବିଭାଗୀୟ  କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ସୂଚନା ଓ ଗୁଇନ୍ଦା ତଥ୍ୟ ଆଦାନ  ପ୍ରଦାନ କରିବା ଲାଗି ଏକ ଆଇନଗତ ରୂପରେଖ ପ୍ରଦାନ କରିବ |

ଏହି ରାଜିନାମା ଶୁଳ୍କ ସଙ୍କ୍ରାନ୍ତୀୟ ଆଇନ ର କାର୍ଯ୍ୟକାରୀ କରିବା ଓ  ଟିକସ ଫାଙ୍କିବା ଆଦି ଅପରାଧକୁ ରୋକିବା ତଥା ଏହାର ତଦନ୍ତ କରିବାରେ ମଧ୍ୟ ସହାୟକ ହେବ |

ଏହି ରାଜିନାମା ନୂଆଦିଲ୍ଲୀରେ ସ୍ବାକ୍ଷରିତ ହୋଇଥିବା ବିଷୟ ଅର୍ଥମନ୍ତ୍ରଣାଳୟ ରୁ ଜାରି ଇସ୍ତାହାର ରୁ ଜଣାପଡିଛି |