କେନ୍ଦ୍ର ସରକାର ସ୍ଵଛ ଗଙ୍ଗା ପାଇଁ ଜାତୀୟ ମିଶନ ଅଧୀନରେ 24 ହଜାର କୋଟି ଟଙ୍କା ମୂଲ୍ୟର 254 ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି  

କେନ୍ଦ୍ର ସରକାର ସ୍ଵଛ ଗଙ୍ଗା ପାଇଁ ଜାତୀୟ ମିଶନ ଅଧୀନରେ 24 ହଜାର କୋଟି ଟଙ୍କା ମୂଲ୍ୟର 254 ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି | ଏହି ମିଶନ ଅଧୀନରେ ଗତ ଚାରି ବର୍ଷରେ ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କା ବ୍ୟୟ କରାଯାଇଥିବା ବିଷୟ ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି |

ବୁଧବାର ଦିନ ନୂଆଦିଲ୍ଲୀରେ ଭାରତ ଜଳ ପ୍ରଭାବ ସମ୍ମିଳନୀ 2018 ଉଦଘାଟନ କରିବା ପରେ ତାଙ୍କ ଉଦବୋଧନରେ ଶ୍ରୀ ଗଡକରୀ ଏ ବିଷୟରେ କହିଛନ୍ତି | ଶ୍ରୀ ଗଡକରୀ କହିଛନ୍ତି ଏହି କାର୍ଯ୍ୟକ୍ରମ ଅଧୀନରେ ସରକାର ଆସନ୍ତା ବର୍ଷ ଆଉ ତିନି ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ |

ସ୍ଵଛ ଗଙ୍ଗା କାର୍ଯ୍ୟକ୍ରମ ପାଇଁ 20 ହଜାର କୋଟି ଟଙ୍କା ଅନୁଦାନ କରାଯାଇଥିବା ବିଷୟ ମନ୍ତ୍ରୀ କହିଛନ୍ତି |