ଖାଶୋଗୀ ହତ୍ୟା ମାମଲାରେ ସାଉଦି ଆରବର ଦୁଇଜଣ ଅଧିକାରୀ ଙ୍କ ବିରୁଦ୍ଧରେ ତୁର୍କୀ ଜାରି କରିଛି  ଗିରଫ ପରୱାନା

ତୁର୍କୀ , ଖାଶୋଗୀ ହତ୍ୟା ମାମଲାରେ ସାଉଦି ଆରବର  ପୂର୍ବତନ ଗୁଇନ୍ଦା ଉପମୁଖ୍ୟ ଓ ଯୁବରାଜ ମହମ୍ମଦ ବିନ ସଲମାନ ଙ୍କ ଜଣେ  ପୂର୍ବତନ ସହଯୋଗୀ ଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିବା ପାଇଁ ଆବେଦନ ଦାଖଲ  କରିଛି |

ଏକ ପିଙ୍ଗଳ ଅଦାଲତରେ ଜେନେରାଲ ଅହମଦ ଆସିରି ଓ ସାଉଦ ଅଲ କାହାତାନି ଙ୍କ ବିରୁଦ୍ଧରେ ଇସ୍ତାନବୁଲ ର ମୁଖ୍ୟ ସରକାରୀ ଓକିଲଙ୍କ ଦ୍ଵାରା ଏହି ଆବେଦନ ଦାଖଲ କରାଯାଇଛି |

ଜାମାଲ ଖାଶୋଗୀ ଙ୍କ ହତ୍ୟା ମାମଲାର ଷଡଯନ୍ତ୍ରକାରୀ  ମାନଙ୍କ ମଧ୍ୟରେ ଏହି ଦୁଇଜଣ ସାମିଲ ଥିବା ନେଇ ସନ୍ଦେହ କରାଯାଉଥିବା ବିଷୟ ଏକ ସରକାରୀ ବିବୃତ୍ତିରୁ ଉଦ୍ଧାର କରି ସ୍ଥାନୀୟ ଗଣମାଧ୍ୟମ ଜଣାଇଛି |