ଜର୍ଜ HW ବୁଶଙ୍କ ଅନ୍ତ୍ୟୋଷ୍ଟିକ୍ରିୟାରେ ବିଶ୍ଵ ନେତୃବୃନ୍ଦ ଯୋଗଦେବେ  

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ HW ବୁଶଙ୍କ ଅନ୍ତ୍ୟୋଷ୍ଟିକ୍ରିୟାରେ ଯୋଗଦେବାକୁ ବିଶ୍ଵ ନେତୃବୃନ୍ଦ ଆମେରିକାରେ ପହଞ୍ଚୁଛନ୍ତି | ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ଵର୍ଗତ ଜର୍ଜ HW ବୁଶଙ୍କ ଅନ୍ତ୍ୟୋଷ୍ଟିକ୍ରିୟା ସମ୍ପନ୍ନ ହେବ |

94 ବର୍ଷ ବୟସରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ HW ବୁଶଙ୍କର ପରଲୋକ ଘଟିଥିଲା | ହ୍ଵାଇଟ ହାଉସରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ୱାଶିଙ୍ଗଟନ ନ୍ୟାସନାଲ କାଥେଡ୍ରାଲରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ |

ବ୍ରିଟେନ ରାଜକୁମାର ଚାର୍ଲ୍ସ, ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ, ଜୋର୍ଡାନର ରାଣୀ ରାନିଆ ପ୍ରମୁଖ ଅନ୍ତ୍ୟୋଷ୍ଟିକ୍ରିୟାରେ ଯୋଗ ଦେବେ |