ଡକ୍ଟର ବି ଆର ଆମ୍ବେଦକରଙ୍କର ଆଜି 63ତମ ମହାପରିନିର୍ବାଣ ଦିବସ ଅବସରରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି

ଭାରତ ରତ୍ନ ଡକ୍ଟର ବି ଆର ଆମ୍ବେଦକରଙ୍କର ଆଜି 63ତମ ମହାପରିନିର୍ବାଣ ଦିବସ ଅବସରରେ ଦେଶବାସୀ ତାଙ୍କ ପ୍ରତି ଗଭୀର  ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି | ପାର୍ଲାମେଣ୍ଟ ପରିସରରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି |

ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାମାଜିକ ନ୍ୟାୟ ଏବଂ ସଶକ୍ତି କରଣ ବିଭାଗ ମନ୍ତ୍ରୀ ଥାୱର ଚନ୍ଦ ଗେହେଲୋତ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଭାରତୀୟ ସମ୍ବିଧାନର ପ୍ରଣେତା  ଭାରତ ରତ୍ନ ଡକ୍ଟର ବି ଆର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି |

ଆଜିର ଏହି ଅବସରରେ ଆମ୍ବେଦକର ଫାଉଣ୍ଡେସନ ଦ୍ଵାରା ଏକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି |