ପରବର୍ତ୍ତୀ ଦଶନ୍ଧି ରେ ଭାରତ ର ଅଭିବୃଦ୍ଧି ହାର ଶତକଡା 7 ରୁ 8 ଭାଗ ବଳବତ୍ତର ରହିବ : ଅରୁଣ ଜେଟଲୀ

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  କହିଛନ୍ତି ଯେ ବିଶ୍ଵର ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଭା ହେଉଥିବା ଭାରତ ର ଅଭିବୃଦ୍ଧି ହାର  ଆସନ୍ତା ଦଶ ବର୍ଷ ମଧ୍ୟରେ ଶତକଡା 7 ରୁ 8 ଭାଗ ବଳବତ୍ତର ରହିବ |

ନ୍ୟୁୟର୍କ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସର ଦେବାଳିଆ ନିତିନିୟମ   ସଙ୍କ୍ରାନ୍ତୀୟ ସମ୍ମିଳନୀ କୁ ଭିଡିଓ କନଫରେଂସିଙ୍ଗ ଜରିଆରେ ଉଦବୋଧନ ଦେବା ବେଳେ ଶ୍ରୀ ଜେଟଲୀ  ଏବିଷୟ ନେଇ ଆଲୋକପାତ କରିଛନ୍ତି |

ସେ କହିଛନ୍ତି ଯେ  ଭାରତରେ ଦେବାଳିଆ ନୀତି ଆଦି ଗୁରିତ୍ବପୂର୍ଣ୍ଣ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ବିଦେଶୀ ପୁଞ୍ଜିବିନିଯୋଗକାରୀ ପାଇଁ  ଦେଶରେ ଅନୁକୂଳ ଓ ସକାରାତ୍ମକ ପରିବେଶ ସୃଷ୍ଟି ହେବ |

ଶ୍ରୀ ଜେଟଲୀ  କହିଛନ୍ତି ଯେ ଦେବାଳିଆ ନୀତି ଅନ୍ତର୍ଗତ 1200 ଆବେଦନ ହସ୍ତଗତ ହୋଇଥିବା ବେଳେ 1000 ମାମଲା ବିଚାରାଧୀନ ରହିଛି |