ପୁତିନ : ଯଦି ଆମେରିକା ନିଷିଦ୍ଧ କ୍ଷେପଣାସ୍ତ୍ର ବିକଶିତ କରେ, ତେବେ ରୁଷ ମଧ୍ୟ ଏହା କରିବ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯଦି ଆମେରିକା ନିଷିଦ୍ଧ କ୍ଷେପଣାସ୍ତ୍ର ବିକଶିତ କରେ, ତେବେ ରୁଷ ମଧ୍ୟ ଏହା ବିକଶିତ କରିବ | ଯଦି ଆମେରିକା ଏକ ପ୍ରମୁଖ ଅସ୍ତ୍ରଶସ୍ତ୍ର ଚୁକ୍ତିରୁ ଓହରିଯାଇ ନିଷିଦ୍ଧ କ୍ଷେପଣାସ୍ତ୍ର ବିକଶିତ କରେ ତେବେ ମସ୍କୋ ମଧ୍ୟ ଏଭଳି କରିବ ବୋଲି ପୁତିନ କହିଛନ୍ତି |

ଏହି ଚୁକ୍ତିରୁ ଓହରି ଯିବା ପାଇଁ  ଆମେରିକା ବିଭିନ୍ନ ବାହାନା କରୁଥିବାର ପୁତିନ ଅଭିଯୋଗ କରିଛନ୍ତି | ସେ କହିଛନ୍ତି ଏଭଳି ପ୍ରତୀୟମାନ ହେଉଛି, ଆମେରିକା ଭାବୁଛି ପରିସ୍ଥିତି ଏତେ ବଦଳି ଯାଇଛି ଯେ ଏଭଳି ଧରଣର ଅସ୍ତ୍ରର ଆବଶ୍ୟକତା ରହିଛି |

INF ଚୁକ୍ତିରୁ 60 ଦିନରେ ଆମେରିକା ଓହରିଯିବାକୁ ନିଷ୍ପତି ନେଇଥିବା ବିଷୟ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଘୋଷଣା କରିବାର ଦିନକ ପରେ ବୁଧବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହି ମନ୍ତବ୍ୟ ଦେଇଛନ୍ତି |