ପୁରୁଷ ହକି ବିଶ୍ଵ କପ ପ୍ରତିଯୋଗିତାରେ ଜର୍ମାନୀ ନେଦରଲାଣ୍ଡସ  କୁ 4-1 ରେ ପରାସ୍ତ କରିଥିବା ବେଳେ ପାକିସ୍ତାନ ଓ ମାଲୟେସିଆ ମଧ୍ୟରେ ମ୍ୟାଚ 1-1 ଗୋଲରେ  ଅମୀମାଂସିତ ରହିଛି

ଭୁବନେଶ୍ଵର ଠାରେ ଖେଲାଯାଉଥିବା ପୁରୁଷ ହକି ବିଶ୍ଵ କପ ପ୍ରତିଯୋଗିତାରେ  ପୁଲ-ଡି ର ଦ୍ଵିତୀୟ ମ୍ୟାଚରେ ଦୁଇଥର ଚମ୍ପିୟାନ ଜର୍ମାନୀ ଗତଥରର ରୋପ୍ୟ ବିଜେତା  ନେଦରଲାଣ୍ଡସ  କୁ 4-1 ରେ ପରାସ୍ତ କରି ସିଧାସଳଖ କ୍ଵାଟର ଫାଇନାଲରେ ପ୍ରବେଶ କରିଥିବା  ବେଳେ ପାକିସ୍ତାନ ଓ ମାଳୟେସିଆ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ  ମ୍ୟାଚ 1-1 ଗୋଲ ରେ  ଅମୀମାଂସିତ ରହିଛି | ଫଳରେ ପାକିସ୍ତାନ ତୃତୀୟ ସ୍ଥାନରେ ଓ ମାଳୟେସିଆ ଚତୁର୍ଥ ସ୍ଥାନରେ ରହିଛି |

ଆଜି ପୁଲ – ଏ ରେ ଦୁଇଟି   ମ୍ୟାଚ  ଖେଳାଯିବ | ଅପରାହ୍ନ 5ଟାରେ ପ୍ରଥମ ମ୍ୟାଚ ରେ ସ୍ପେନ ନ୍ୟୁଜିଲାଣ୍ଡ କୁ ଭେଟୁଥିବା ବେଳେ ସନ୍ଧ୍ୟା 7 ଟାରେ ଆର୍ଜେଣ୍ଟିନା ଫ୍ରାନ୍ସ କୁ ଭେଟିବ |