ଭାରତ ଆଜି ଆଡିଲେଡ ଠାରେ ଅଷ୍ଟ୍ରେଲିଆ ସହ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ଖେଳୁଛି

ଭାରତ ଆଜି ଆଡିଲେଡ ଠାରେ ଅଷ୍ଟ୍ରେଲିଆ ସହ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ଖେଳୁଛି | ବିଶ୍ଵର ଏକ ନମ୍ବର ମାନ୍ୟତା ହାସଲ କରିବା ପରେ ଭାରତ ଏହି ଟେଷ୍ଟ ସିରିଜ ଖେଳୁଛି |

ଭାରତ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ କରିଥିଲା |ତେବେ ଭାରତ  ଖେଳର ପ୍ରଥମାର୍ଦ୍ଧ ସମୟରେ କେଏଲ ରାହୁଲ, ମୁରଲୀ ବିଜୟ ଓ ବିରାଟ କୋହଲିର ଉଇକେଟ ହରାଇଥିଲା | ଭାରତୀୟ ଅଧିନାୟକ  ମାତ୍ର 3 ରନ  କରିଥିବା ବେଳେ ମୁରଲୀ 11 ରନ  ସଂଗ୍ରହ କରିଥିଲେ |ଚାପାନ ବିରତି ସୁଦ୍ଧା ଭାରତ 6 ଉଇକେଟ ବିନିମୟରେ  143 ରନ  ସଂଗ୍ରହ କରିଥିଲା  |