ଭିଭିଆଇପି ହେଲିକେପ୍ଟର କ୍ରୟ ଦୁର୍ନୀତି :  ଦିଲ୍ଲୀର ଏକ ଅଦାଲତ ଖ୍ରୀଷ୍ଟିଆନ ମାଇକେଲ ଙ୍କୁ ପାଞ୍ଚ ଦିନ ପାଇଁ ସିବିଆଇ ହାଜତକୁ ପଠାଇଦେଇଛନ୍ତି

3,600 କୋଟି ଟଙ୍କା ସମ୍ବଳିତ ଅଗଷ୍ଟା ୱେଷ୍ଟ ଲ୍ୟାଣ୍ଡ ଭିଭିଆଇପି ହେଲିକେପ୍ଟର କ୍ରୟ ଦୁର୍ନୀତି  ମାମଲାରେ ଦିଲ୍ଲୀର ଏକ ଅଦାଲତ ବ୍ରିଟେନ ର ମଧ୍ୟସ୍ଥ ଖ୍ରୀଷ୍ଟିଆନ ମାଇକେଲ ଙ୍କୁ ପାଞ୍ଚ ଦିନ ପାଇଁ ସିବିଆଇ ହାଜତକୁ ପଠାଇଦେଇଛନ୍ତି |

ମାଇକେଲ ଙ୍କ ସମ୍ମୁଖରେ ସବୁ ପ୍ରମାଣ ପତ୍ର ଗୁଡିକୁ ଉପସ୍ଥାପନା କରି ତାଙ୍କୁ ପଚରାଉଚରା କରାଗଲେ ଏହି ଦୁର୍ନୀତି ରେ ଅର୍ଥ ଦେଣ  ନେଣ ର ପର୍ଦାଫାଶ ହୋଇଯିବ ବୋଲି ଦର୍ଶାଇ ସିବିଆଇ 14 ଦିନିଆ ରିମାଣ୍ଡ ମାଗିଥିଲା | ତେବେ ମାଇକେଲ ଙ୍କ ଓକିଲ ତାଙ୍କୁ ବିଚାରବିଭାଗୀୟ ହାଜତ କୁ ପଠାଇବା ପାଇଁ ଅଦାଲତ ରେ ନିବେଦନ  କରିଥିଲେ |

ମାଇକେଲ ଙ୍କୁ ସଂଯୁକ୍ତ ଆରବ ଏମିରେଟସ ରୁ  ମଙ୍ଗଳବାର ଦିନ ପ୍ରତ୍ୟାର୍ପଣ କରାଯାଇ ନୂଆଦିଲ୍ଲୀକୁ ଅଣାଯାଇଥିଲା ଓ ଗତକାଲି ଅପରାହ୍ନରେ ତାଙ୍କୁ ସିବିଆଇ ର ସ୍ଵତନ୍ତ୍ର ବିଚାରପତି ଅରବିନ୍ଦ କୁମାର ଙ୍କ ନିକଟରେ ହାଜର କରାଯାଇଥିଲା |

ଇତିମଧ୍ୟରେ ମାଇକେଲ ଙ୍କ ତରଫରୁ ଏକ ଜାମିନ ଆବେଦନ କରାଯାଇଛି | ତେଣେ  ଅଭିଯୋଗପତ୍ର ସମେତ ସବୁ ପ୍ରମାଣ ପତ୍ର ଗୁଡିକ ମାଇକେଲଙ୍କୁ ପ୍ରଦାନ କରିବା ଲାଗି  କୋର୍ଟ ସିବିଆଇ କୁ ପରାମର୍ଶ ଦେଇଛନ୍ତି |