ରିଜର୍ଭବ୍ୟାଙ୍କ ମୁଖ୍ୟ ସୁଧ ହାର ଅପରିବର୍ତ୍ତିତ ରଖିଛି

ରିଜର୍ଭବ୍ୟାଙ୍କ  ବୁଧବାର ଦିନ ଅପରାହ୍ନ ରେ ଘୋଷଣା କରିଥିବା ପଞ୍ଚମ ଦ୍ଵିମାସିକ ମୁଦ୍ରାନୀତି ସମୀକ୍ଷାରେ  ସବୁ ମୁଖ୍ୟ ସୁଧ ହାର ଗୁଡିକ ଅପରିବର୍ତ୍ତିତ ରଖିଛି | ପୂର୍ବରୁ ଥିବା ରେପୋ ରେଟ ଶତକଡା 6.5 ଭାଗ ଓ ରିଭର୍ସ ରେପୋ ରେଟ ଶତକଡା 6.25 ଭାଗ ରେ ଅପରିବର୍ତ୍ତିତ ରଖିଛି |

ରେପୋରେଟ ଅର୍ଥ ହେଲା ବ୍ୟାଙ୍କ ଗୁଡିକ ରିଜର୍ଭବ୍ୟାଙ୍କ ଦେଉଥିବା ଅର୍ଥ ଉପରେ ସୁଧା ହାର ଓ  ରିଭର୍ସ ରେପୋ ରେଟ ଅର୍ଥ ହେଲା ବ୍ୟାଙ୍କ ଗୁଡିକରୁ ରିଜର୍ଭବ୍ୟାଙ୍କ ନେଇଥିବା ଋଣ ଉପରେ ଦେଉଥିବା  ସୁଧ | ଏମଏସଏଫ ହାର ଓ ବ୍ୟାଙ୍କ ହାର ମଧ୍ୟ ପୂର୍ବ ଭଳି 6.75 ଭାଗରେ ଅପରିବର୍ତ୍ତିତ ରହିଛି |

ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ 6 ଜଣ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ବୈଠକ ରେ  ପୂର୍ବ ଭଳି ସ୍ଥିତି ବଜାୟ ରଖିବା ଲାଗି ସର୍ବସମ୍ମତି କ୍ରମେ ସହମତି ପ୍ରକାଶ ପାଇଥିଲା | ଅକ୍ଟୋବର ରେ ଘୋଷିତ ସବିଶେଷ ମୁଦ୍ରାନୀତି ରେ ମଧ୍ୟ ଆରବିଆଇ ସବୁ ମୁଖ୍ୟ ସୁଧ ହାର  ଗୁଡିକ ଅପରିବର୍ତ୍ତିତ ରଖିଥିଲା |

ଖାଦ୍ୟ  ସାମଗ୍ରୀର ମୂଲ୍ୟ ଓ ଆନ୍ତର୍ଜାତୀୟ ଅଶଉଧିତ ତୈଳ ମୂଲ୍ୟ ହ୍ରାସ ପାଇଥିବା ଯୋଗୁଁ ମୁଦ୍ରାସ୍ଫୀତି ହ୍ରାସ ପାଇବା ବୋଲି ଆରବିଆଇ ପୂର୍ବାନୁମାନ କରିଛି |

ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟାର୍ଦ୍ଧରେ ମୁଦ୍ରାସ୍ଫୀତି ହାର ଶତକଡା 2.7 ଭାଗ ରୁ 3.2 ଭାଗ ରହିବ ବୋଲି ଅନୁମାନ କରାଯାଇଛି |

ଚଳିତ ଆର୍ଥିକ ବର୍ଷରେ ଜିଡ଼ିପି ଅଭିବୃଦ୍ଧି ହାର ଶତକଡା 7.4 ଭାଗ ଓ 2019-20  ବର୍ଷର ପ୍ରଥମାର୍ଦ୍ଧରେ ଶତକଡା 7.5 ଭାଗ ରହିବ ବୋଲି ମଧ୍ୟ ଅନୁମାନ କରାଯାଇଛି |

ଏହି ମୁଦ୍ରାନୀତି କମିଟି ର ପରବର୍ତ୍ତୀ ବୈଠକ ଆସନ୍ତା ବର୍ଷ ଫେବୃଆରି ମାସର  5 ତାରିଖରୁ 7 ତାରିଖ ମଧ୍ୟରେ ବସିବାର ସ୍ଥିରୀକୃତ ହୋଇଛି |