ଶ୍ରୀଲଙ୍କା : ପାର୍ଲାମେଣ୍ଟରେ ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନାଙ୍କ ଆଚରଣକୁ ସାଂସଦ ମାନେ ସମାଲୋଚନା କରିଛନ୍ତି

ଶ୍ରୀଲଙ୍କା ପାର୍ଲାମେଣ୍ଟରେ ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନାଙ୍କ ଆଚରଣକୁ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ରାନୀଲ ୱିକ୍ରମେସିଙ୍ଘେଙ୍କୁ ସମର୍ଥନ କରୁଥିବା ସାଂସଦ ମାନେ ତୀବ୍ର ସମାଲୋଚନା କରିଛନ୍ତି |

ପାର୍ଲାମେଣ୍ଟ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କ ନିଷ୍ପତି ଏବଂ ମହିନ୍ଦା ରାଜପାକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା ନିଷ୍ପତି ସମ୍ପୁର୍ଣ୍ଣ ଭାବେ ବେଆଇନ ଥିବା ସେମାନେ ଅଭିଯୋଗ କରିଛନ୍ତି |

ଅନ୍ୟପକ୍ଷରେ ମହିନ୍ଦା ରାଜପାକ୍ଷେଙ୍କୁ ସମର୍ଥନ କରୁଥିବା ସାଂସଦ ମାନେ କ୍ରମାଗତ ଚତୁର୍ଥ ଦିନ ପାଇଁ ପାର୍ଲାମେଣ୍ଟ ଅଧିବେଶନକୁ ବର୍ଜ୍ଜନ କରିଛନ୍ତି | ସରକାରୀ ଗଣମାଧ୍ୟମକୁ ଅପବ୍ୟବହାର କରାଯାଉଥିବାର ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି |