ଖେଲୋ ଇଣ୍ତିଆ ୟୁଥ ଗେମ୍ସ ଜାନୁୟାରୀ 9ରୁ ଆରମ୍ଭ

ଖେଲୋ ଇଣ୍ତିଆ ୟୁଥ ଗେମ୍ସ-2019 ଜାନୁୟାରୀ 9ରୁ 20 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁନେରେ ଅନୁଷ୍ଟିତ ହେବ । କ୍ରିଡା ମନ୍ତ୍ରୀ ରାଜ୍ୟ ବର୍ଦ୍ଧନସିଂହ ରାଠୋଡ କହିଛନ୍ତି ଯେ ଏହି କ୍ରିଡାରେ ନଅ ହଜାର ଯୁବା ଅଂଶ ଗ୍ରହଣ କରିବେ। ଗତ ବର୍ଷ 3500 ସ୍କୁଲ ପିଲା ଏଥିରେ ଭାଗ ନେଇଥିଲେ । ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ଏହି କ୍ରିଡାରେ ଖେଲୋ ଇଣ୍ତିଆ ୟୁଥ ଗେମ୍ସ ବିଶ୍ବବିଦ୍ୟାଳୟର ଖେଳାଳିମାନେ ମଧ୍ୟ ଅଂଶ ଗ୍ରହଣ କରିବେ। ଶ୍ରୀ ରାଠୋଡ କହିଛନ୍ତି ଖେଲୋ ଇଣ୍ତିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସରକାର ଦେଶର 1500 ବିଦ୍ୟାର୍ଥିଙ୍କୁ ବୃତ୍ତି ପ୍ରଦାନ କରୁଛନ୍ତି।