ବ୍ରେକଜିଟ ରାଜିନାମା ଉପରେ ସଂସଦୀୟ ଭୋଟକୁ ଅଣଦେଖା କରିବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ପରିପ୍ରେକ୍ଷିରେ ବ୍ରେକଜିଟ ଉପରେ ଆଲୋଚନା କରିବାକୁ ୟୁରୋପୀୟ ପରିଷଦର ସଭାପତି ୟୁରୋପୀୟ ସଂଘର ନେତାମାନହ୍କର ଏକ ବୈଠକ ଡାକିଛନ୍ତି | ସେ ଏହା ମଧ୍ୟ ସତର୍କ କରିାଇ କହିଛନ୍ତି ଯେ ବ୍ରିଟେନ ସହିତ ପ୍ରତ୍ୟାହାର ରାଜିନାମା ଉପରେ ପୁନଃ ବୁଝାମଣା ହେବ ନାହିଁ | ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ସଂସଦୀୟ ମତକୁ ସ୍ଥଗିତ ରଖିବା ପରେ ୟୁରୋପୀୟ ସଂଘର ମୁଖ୍ୟ ଡୋନାଲ୍ଡ ଟସ୍କ ଗୁରୁବାର ଦିନ ବୈଠକ ଡାକିଛନ୍ତି |